ଭୁବନେଶ୍ୱର(ଏଯିଆର ବ୍ୟୁରୋ):ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ କର୍କଟ ରୋଗ ପ୍ରତିଶତର ହ୍ରାସ କରିବା ।
କରୋନା ସମୟରେ ସବୁଠାରୁ ଅଧିକ ପ୍ରଭାବ ପଡିଛି କର୍କଟ ବା କ୍ୟାନସର ରୋଗୀଙ୍କ ଉପରେ । କରୋନା ମହାମାରୀ କର୍କଟ ରୋଗୀଙ୍କ ଚିକିତ୍ସାରେ ବାଧାପ୍ରାପ୍ତ ହେବା ସହିତ ସେମାନଙ୍କ ଜୀବନ ଉପରେ ଅଧିକ ପ୍ରଭାବ ପକାଇଛି । ଏହି ରୋଗର ମୁକାବିଲା କରିବା ପାଇଁ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ କରିବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ବିଭିନ୍ନ କାରଣରୁ କର୍କଟ ରୋଗ ହୋଇଥାଏ । କେବଳ ଆମ ଦେଶରେ ନୁହେଁ ବଂର ସାରା ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁରା ବିଶ୍ୱରେ କେବଳ ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ଜିନ୍ ଦ୍ୱାରା ହୋଇଥାଏ । ଯାହା କେବଳ ଗୋଟିଏ ପିଢରୁ ଅନ୍ୟ ପିଢିକୁ ବ୍ୟାପିଥାଏ ।
ଖାଦ୍ୟ , ପରିବହନ , ପରିବର୍ତ୍ତନ , ଜୀବନଶୈଳୀ , ଯୋଗ୍ୟୁ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ । ତମାଖୁ ସେବନ , ମଦ୍ୟପାନ ,ଏବଂ ଧୂମପାନ ମଧ୍ୟ କ୍ୟାନସର ମୁଖ୍ୟ କାରଣ ହୋଇଥାଏ ।
କ୍ୟାନର ରୋଗର ପ୍ରତିକାର କରିବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ । ପୋଡା ଖାଦ୍ୟ ପରିହାର କରିବା ଦରକାର ।ପ୍ରତିଦିନ ଖାଦ୍ୟରେ କିଛି ନା କିଛି ଫଳ ଖାଇବା ଆବା ସହ ସିଝା ଏବଂ ତରଳ ଖାଦ୍ୟ ଖାଇବା ଦରକାର ଏବଂ ଏହା ସହ ନିୟମିତ ବ୍ୟାୟମ କରିବା ଦରକାର ।