ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦେଓଝର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଏହି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ବଲାଙ୍ଗିରି, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଳପୁର, କଟକ, କନ୍ଧମାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ ବିଜୁଳି ମାରିବାର ସମ୍ବାବନା ରହିଥିବାରୁ ଏହି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଜି ରାଜ୍ୟରେ ସର୍ବାଧିକ ତପମାତ୍ରା ୩୬ ଡିଗ୍ରୀ ତାପମାତ୍ରା ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୩.୮ ଓ କଟକରେ ୩୪.୮ ଡିଗ୍ରୀ ସେଲସିୟସ ପାଣିପାଗ ପକ୍ଷରୁ ରେକର୍ଡ କରାଯାଇଛି ।