ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଯଦି ଆପଣ ହାଇୱେରେ ଯିବାକୁ ଚାହୁଛନ୍ତି ତେବେ ତା ପୂର୍ବରୁ କାରରେ ଫାସଟ୍ୟାଗ ଆବଶ୍ୟକ ଲଗାନ୍ତୁ । ୩୧ ଡିସେମ୍ବର ରାତି ୧୨ ଟାପରେ ସମସ୍ତ ଟୋଲ ପ୍ଲାଜାରେ ଟଙ୍କା ନେବା ବନ୍ଦ କରାଯିବ । ଏହି ନିୟମ ୨୦୨୧ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ।
ଟୋଲ ପ୍ଲାଜାଗୁଡିକରେ ଭିତ୍ତିଭୂମିର ଅଭାବ ଓ ଗାଡିମାଲିକଙ୍କ ମଧ୍ୟରେ ସଚେତନ ନଥିବାରୁ ଜାନୁୟାରୀ ପ୍ରଥମରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ । ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଆଗ୍ରା ପାଖ ସମସ୍ତ ଟୋଲ ପ୍ଲାଜାରେ ଜାନୁଆରୀ ୧ ନଗଦ ଟଙ୍କା ନେବା ବନ୍ଦ କରିବା ପାଇଁ ଆଦେଶ ଜାରି କରାଯାଇଛି ।
ରାଜ୍ୟରେ ମୋଟେ ୧୧ ଟି ଟୋଲ ପ୍ଲାଜା ରହିଛି । ୨୧୫ ଜାତୀୟ ରାଜପଥ , ବଣଭୋଜି , ଢେଙ୍କିକୋଟ , ହାସନପୁର , , ୧୬ ନଂ ଜାତୀୟ ରାଜପଥ, ଗୋଟିପଡା , ଗୁରାପାଲି ,ମଙ୍ଗୁଳି , ପାଣିକୋଇଲି ରେ ୬ ନଂ ଜାତୀୟ ରାଜପଥ ବରଗଡ , ୩୧୬ ରାଜପଥ ପିପିଲି , ୫ ନଂ ଜାତୀୟ ରାଜପଥ ଶ୍ରୀରାମପୁରଠାରେ ଟୋଲଗେଟ ରହିଛି ।
ଏଥି ମଧ୍ୟରୁ ମଙ୍ଗୁଳି ପାଣିକୋଇଲି , ସେରଗଡ ଓ ପିପିଲିରେ ଫାସଟ୍ୟାଗ ବ୍ୟବସ୍ଥା ରହିଛି । ଜାନୁୟାରି ୧ ରୁ ଟୋଲ୍ ପ୍ଲାଜାର ଏକ କିଲୋମିଟର ପୂର୍ବରୁ ବିନା ଫ୍ୟାସଟ୍ୟାଗ ଥିବା କାର ଟୋଲ ପ୍ଲାଜାରେ ଅତିକ୍ରମ କରିପାରିବେ ନାହିଁ । ସେମାନଙ୍କୁ ଟୋଲ୍ ପ୍ରବନ୍ଧନ ଦ୍ଵାରା ତିଆରି ଷ୍ଟଲ୍ରେ ଦୁଇ ଗୁଣ ଟଙ୍କା ଦେଇ ଫ୍ୟାସଟାଗ କିଣିବାକୁ ପଡିବ। ଏହା ପରେ ଯାଇ ସେମାନେ ଟୋଲ୍ ଅତିକ୍ରମ କରିପାରିବେ।