ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମଳିଛି । ଷ୍ଟେସନର ବିଦ୍ୟୁତ୍ ଟାୱାର ଉପରକୁ ଜଣେ ଯୁବକ ଚଢି ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ଯାହାକୁ ନେଇ ପୋଲିସ ନାକେଦମ ହେବା ସହ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ରହିଥିବା ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢି ଯାଇଥିଲେ ଯୁବକ ଜଣକ । କୌଣସି ଅଘଟଣ ନହେବା ପାଇଁ ବିଦ୍ୟୁତ୍ କାଟ୍ କରାଯାଇଥିଲା । ହେଲେ କେଉଁଠୁ ଆସିଲେ ଯୁବକ ଏବଂ କେଉଁ ଉପାୟରେ ସେ ଖୁଣ୍ଟ ଉପରେ ଚଢିଲେ । ଏଭଳି ଡ୍ରାମା କରିବା ପଛରେ କାରଣ କ’ଣ ହୋଇପାରେ । ଏଭଳି ଅନେକ ପ୍ରଶ୍ନ ଉଠୁଛି ସାଧାରଣରେ ।