ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ଦୁଇଦିନ ତଳେ କଟକ ସହରରେ ନିନୋଟି ସ୍ଥାନରେ ସିରିଜ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁରା କଟକ ସହର ଭୟବୀତ । ଅନ୍ୟପଟେ ପୁଣି ଆଜି ଭୁବନେଶ୍ୱରରେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ଖଣ୍ଡଗିରି ଥାନାର କିଛି ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଅନୁସାରେ ଉକ୍ତ ସ୍ଥାନରେ ପଚା ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଘଟଣା କଣ ଜାଣିବା ପାଇଁ ସେଠାକୁ ଯାଇଥିଲେ । ସେଠାରେ ଏକ ପଚା ମୃତ ଦେହ ପଡିଥିବା ସେମାନେ ଥାନାକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି । ମୃତ ଯୁବତକର ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ପାଖାପାଖି ୨୮ ବର୍ଷ ବୋଲି ଜଣାପଡିଛି ।
ତେବେ ୪ରୁ ୫ ଦିନ ତଳୁ ମୃତଦେହ ଏଠାରେ ପକାଯାଇଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି କେହି ଦୃବୁର୍ତ୍ତ ଯୁବକକୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ତେବେ ମୃତ ଯୁବକର ପରିଚୟ ଏଯାବତ ମିଳିପାରି ନାହିଁ । । ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ପରେ ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କଟକରେ ଚାଲିଥିବା ସିରିଜ ହତ୍ୟାକାଣ୍ଡ ପାଇଁ ଗତକାଲି ରାତିରେ କଟକ କମିଶନରେଟ ପୋଲିସ ଏକୁଟିଆ ସ୍ଥାନରେ ଏକା ରହୁଥିବା ଲୋକଙ୍କୁ ସୁରକ୍ଷିତ ଭ୍ୟାନରେ ବସାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି ।
ସୂଚନାଯୋଗ୍ୟ କଟକରେ ମାତଛି ତଣ୍ଟକଟା ହତ୍ୟାକାରୀ । ୨୪ ଘଣ୍ଟା ମଧ୍ୟରେ ତିନି ତିନୋଟି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି ।ମର୍ଡରର ତରିକା ଏକା ରହିଥିବାରୁ ଏହି ୩ ଟି ହତ୍ୟାରେ ଜଣଙ୍କର ସଂମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି । ରାଣୀହାଟ ପଟ ତାଳଦଣ୍ଡା କେନାଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ରାଣୀହାଟ ପଟ ମେଡିକାଲ ରାସ୍ତାରୁ ପୁଣି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଓଏମପି ବ୍ରିଜ ତଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା ।