ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାର ଗାଁରେ ଯୁବକମାନଙ୍କ ବିକାଶ ପାଇଁ ଗଠନ କରିଛନ୍ତି ବିଜୁ ଯୁବ ବାହିନୀ । ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାମରେ ଏମାନେ ସାହାର୍ଯ୍ୟ କରୁଥିବା ବେଳେ ଗାଁକୁ ସଫାସୁତରା ଠାରୁ ଆରମ୍ଭ କରି ବହୁ କାମ କରୁଛନ୍ତି । ଏଣୁ ଏମାନଙ୍କ ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି । ନିକଟରେ ବିଜୁ ଯୁବ ବାହିନୀର କର୍ମୀମାନଙ୍କୁ ସରକାର ମାଗଣାରେ ଯୋଗାଇ ଦେଇଛନ୍ତିି ଜିଓ ମୋବାଇଲ । ତେବେ ଏହି ମୋବାଇଲ ଯୁବକମାନେ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଯୁଗ କୁଆଡେ ଗଲାଣି ଆଉ କିପ୍ୟାଡ ମୋବାଇଲ ଧରିବେ ଯୁବକ । ଆଣ୍ଡ୍ରୋଏଡ ମୋବାଇଲ ଧରିବା ପରେ ଏହି ମୋବାଇଲକୁ ପଚାରୁଛି କିଏ? ତେବେ ସରକାର ଯୁବ ବାହିନୀଙ୍କୁ ଦେଇଥିବା ୧୦୦ଟି ନମ୍ବରକୁ କଲ କରି ଦେଖନ୍ତୁ ଏଥିରୁ ୮୦% ପ୍ରକୃତ ହିତାଧିକାରୀଙ୍କ ପାଖରେ ନଥିବ । ଏଭଳି ଅଭିଯୋଗ କରିଛନ୍ତି କେତେକ ସ୍ୱେଛାସେବୀ ଯୁବକ ।
ସରକାର ଖାଲି ମାଗଣାରେ ଦେଉଥିବାରୁ ନେଇ ଆସିଛନ୍ତି । କିନ୍ତୁ ଏହି ମୋବାଇଲ ବାପା ଏବଂ ଜେଜେ ଧରୁଥିବା ବେଳେ କେହି କେହି ଯୁବକ ନିଜର ପ୍ରେମିକାକୁ ମଧ୍ୟ ଗିଫ୍ଟ କରିଥିବା ଅଭିଯୋଗ ହେଉଛି । ସରକାର ଦେଇଥିବା ନମ୍ବରକୁ ଫୋନ କଲା ବେଳକୁ ଯୁବକ ବଦଳରେ କେଉଁଠି ଯୁବତୀ ଉଠଉଛନ୍ତିି ତ ଆଉ କେଉଁଠି ବୃଦ୍ଧ । ତେବେ ଏହି ମୋବାଇଲ ବଣ୍ଟାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । କହିଛନ୍ତି କି ନିର୍ବାଚନରେ କାଳେ ପଇସା ବାଣ୍ଟିଲେ ଧରାପଡିଯିବେ ଏଣୁ ଯୁବ ଭୋଟରଙ୍କ ମନ ମୋହିବା ପାଇଁ ଏହା ଉପହାର ।
ଯୁବ ବାହିନୀ ଗଠନ ହେବା ପରଠାରୁ ବିରୋଧୀମାନେ ସରକାରଙ୍କୁ ବିଭିନ୍ନ ସମାଲୋଚନା କରିଆସିଛନ୍ତି । ଯୁବ ବାହିନୀକୁ ଗୁଣ୍ଡା ବାହିନୀ ବୋଲି କହିଛନ୍ତି ବିରୋଧୀ । ଗାଁରେ ଏମାନେ ଡରାଇ ଧମକାଇ ଆଗାମୀ ଦିନରେ ଭୋଟ ସଂଗ୍ରହ କରିବା ପାଇଁ ଗଠନ କରାଯାଇଥିବା ଅଭିଯୋଗ କରିଆସୁଛନ୍ତି ବିରୋଧୀ । ତେବେ ବିଜୁ ଯୁବ ବାହିନୀର ଖାତାକୁ ଯାଉଛି ଟଙ୍କା । ଏହି ଟଙ୍କା ବିନିମୟରେ ଯୁବ ଗୋଷ୍ଠୀ ବିଭିନ୍ନ ଉନ୍ନତି ଉନ୍ନତି ମୂଳକ କାର୍ଯ୍ୟ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ପରିବେଶ ସଫା କରିବା ଏବଂ ଜନ ସାଧାରଣଙ୍କୁ ବିଭିନ୍ନ କାମରେ ସାହାର୍ଯ୍ୟ କରିବା ପାଇ ସରକାର ଗଠନ କରିଛନ୍ତି ବିଜୁ ଯୁବ ବାହିନୀ । କିନ୍ତୁ ଯୁବ ବାହିନୀର ସଦସ୍ୟମାନେ ଟିକେ ସଫା କରିଥିବେ କି ନାଇଁ ଆଗେ ମାଲଟା ଦରକାର । ତାପରେ କାମ ହେଉ କି ନହେଉ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡି ବାହାଦୁରୀ ମାରୁଥିବା ଅଭିଯୋଗ କରୁଛନ୍ତି ସାଧାରଣ ଜନତା । ଯୁବ ବାହିନୀରେ ଯୁବକମାନେ ସ୍ଥାନ ପାଇନଥିବା ବେଳେ ବୁଢ଼ାମାନେ ସକ୍ରୀୟ କର୍ମୀ ହୋଇଥିବା ମଧ୍ୟ କେତେକ ସ୍ୱଛାସେବୀ ଯୁବକ ଅଭିଯୋଗ କରିଛନ୍ତି ।