ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଧୁମେୟ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗୀ ସାବଧାନ ଏବଂ ସତ୍ତର୍କ ହୋଇ ଯାଆନ୍ତୁ । କାରଣ ଏହି ମାରାତ୍ମକ ଭାଇରସ କରୋନରେ ଯଦି ଏହି ରୋଗୀମାନେ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥ୍ର ଅଧିକ ଜଟିଳ ହୋଇପାରେ । ସେଥିପାଇଁ ଏହି ରୋଗୀମାନେ ସର୍ବଦା ନିଜକୁ ସୁରକ୍ଷିତ ରଖିବା ସହିତ ସତ୍ତର୍କ ରହିବା ଉଚିତ୍ । ଏନେଇ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।
ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗରେ ପୀଡ଼ିତ ବ୍ୟକ୍ତି ଯଦି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଓ ଜଟିଳ ହୋଇପାରେ। ଏଣୁ ଏହି ରୋଗୀମାନଙ୍କର ବିଶେଷ ଯତ୍ନ ନେବା ଉଚିତ। ସତର୍କ ରୁହନ୍ତୁ ଓ #COVID19 ରୁ ସୁରକ୍ଷିତ ରୁହନ୍ତୁ।
#OdishaFightsCorona pic.twitter.com/h4RFhapZ2w
— H & FW Dept Odisha (@HFWOdisha) March 30, 2020
କରୋନା ପାଇଁ ସମସ୍ତେ କଲବଲ । ଏହି ମାରାତ୍ମକ ଭାଇରସ ହୁ ହୁ ହୋଇ ବଢିଚାଲିଛି । ଥମିବାର ନାଁ ଧରୁନି । ଏଥିପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯେପରି କୌଣସି ଲୋକ ଅତି ଜରୁରୀ କାମ ନପଡିଲେ ଘରୁ ବାହାରକୁ ନବାହାରିବେ ସେ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ସତ୍ତର୍କ କରାଯାଉଛି । ଏହାସହିତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ନ ଆସିବା ପାଇଁ ବାରମ୍ବାର କୁହାଯାଉଛି ।