ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ ) ; ଦେଢମାସରେ ଚାଲିଗଲାଣି ୭୧ ଶିଶୁଙ୍କ ଜୀବନ । ଉତ୍ତରପ୍ରଦେଶର ବାହରାଇଚ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ଘଟଣା ଦିର୍ଘ ୪୫ ଦିନ ଧରି ହୋଇଆସୁଛି । ଏକାଧିକ ରୋଗରେ ପୀଡିତ ହୋଇ ପାଖାପଖି ୭୧ ଜଣ ଶିଶୁଙ୍କୁ ମୃତ୍ୟୁ ଘଟିଥିବା ବାହରାଇଚ ଡାକ୍ତରଖାନା ଅଧୀକ୍ଷକ କହିଛନ୍ତି । ଡାକ୍ତରଖାନାରେ ମାତ୍ର ୨୦୦ ଟି ବେଡ ଥିବା ବେଳେ ପାଖାପାଖି ୪୫୦ ଜଣ ରୋଗୀ ଭତ୍ତୀ ହୋଇଛନ୍ତି । ସେମାନଙ୍କୁ ନିଜ ସାମର୍ଥ୍ୟ ଅନୁଯାଇ ଯେତିକି ସେବା କରିବା ଉଚିତ ସେତିକି କରିଛୁ ବୋଲି ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି ।
ଖାଲି ସେତିକି ନୁହେଁ ଉତ୍ତରପ୍ରଶେର ବିଭିନ୍ନ ଜିଲ୍ଲା ମାନଙ୍କରେ ଗତ ଦେଢ ମାସ ମଧ୍ୟରେ ୭୯ ଜଣ ଲୋକଙ୍କ ମଧ୍ୟ ମୃତ୍ୟୂ ହୋଇସାରିଛି । ସେମାନଙ୍କ ମଧ୍ୟରୁ କେତେଜଣ ବିଭିନ୍ନ ଜ୍ୱରରେ ମୃତ୍ୟୁ ବରଣ କରିଛନ୍ତି । ଉତ୍ତର ପ୍ରଦେଶର ବାରେଲୀରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏଠାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଦାୟୁଁରେ ୨୩ ଜଣ, ହରଦୋଇରେ ୧୨, ସୀତାପୁରରେ ୮,ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଏନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ମେଡିକାଲ୍ ଟିମ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।