ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପୁଣି ଥରେ ବଦାନ୍ୟତା ଦେଖାଇଲେ ଖିଲାଡୀ ଅକ୍ଷୟ କୁମାର । ବଲିଉଡର ଏହି ନାମୀ କଳାକାର ସିନେ ଜଗତରେ ଯେତିକି ଚର୍ଚ୍ଚିତ ତାଠାରୁ ଅନେକ ମାତ୍ରାରେ ନିଜର ସେବା , ଦାନ କାର୍ଯ୍ୟ ପାଇଁ ପ୍ରତିଷ୍ଠିତ । ଦେଶ ତଥା ସମାଜ ପାଇଁ ଅକ୍ଷୟ କୁମାରଙ୍କ ଭୁମିକା ବାସ୍ତବରେ ସ୍ୱାଗତଯୋଗ୍ୟ । ନିକଟରେ ଏମିତିକି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଅକ୍ଷୟ କୁମାରଙ୍କ ବଦାନ୍ୟତାର ପରିଚୟ ପାଇପାରିବେ ।
ଏସିଡ ମାଡର ଶିକାର ହୋଇଥିବା ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ନିଜର ଆର୍ଥିକ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ତାଙ୍କ ପାଖରେ ଚାକିରୀ ନଥିବା ବେଳେ ଘର ଚଳାଇବା ତାଙ୍କ ପକ୍ଷେ ବହୁତ କଷ୍ଟ ହୋଇପଡୁଛି ବୋଲି ଜଣାଇଥିଲେ । ବାସ ଏତିକି ଖବର ଅକ୍ଷୟ କୁମାରଙ୍କ ପାଖରେ ପହଞ୍ଚିବା ମାତ୍ରେ ପୀଡିତାଙ୍କ ଉଦେଶ୍ୟରେ ୫ ଲକ୍ଷ ଟଙ୍କା ପଠାଇଥିଲେ ଅକ୍ଷୟ । ଯାହା ତାଙ୍କ ବାସ୍ତବ ଚରିତ୍ରର ପ୍ରମାଣ ଦେଇଥିଲା । ସେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି କାର୍ଯ୍ୟ କରିନଥାନ୍ତି ବରଂ ନିଜର ସାମାଜ ସେବା ମନୋବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅକ୍ଷୟ ।
ତେବେ ପୀଡିତାଙ୍କୁ ଏ ବିଷୟରେ ପଚାରିବାରୁ ପୀଡିତା ଜଣକ ଭାବବିହ୍ୱଳ ହୋଇ ଏ ସହାୟତାକୁ ଶବ୍ଦରେ ପ୍ରକାଶ କରିପାରିବେନି ବୋଲି କହିଥିଲେ । ସେ ଏହି ଦାନ ରାଶି ପାଇବା ପରେ ଏ ଦୁନିଆରେ ସେ ଏବଂ ତାଙ୍କ ଝିଅ ଏକାଟିଆ ନୁହେଁ ବରଂ ତାଙ୍କ ସହ ଅକ୍ଷୟ କୁମାରଙ୍କ ଭଳି ମହାନ ବ୍ୟକ୍ତି ଅଛନ୍ତି ବୋଲି କହିଥିଲେ ।
ଅନ୍ୟପଟେ ଏ ସମ୍ପର୍କରେ ଏକ ସାକ୍ଷାତାକାର ସମୟରେ ଅକ୍ଷୟ କୁମାରଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଅକ୍ଷୟ ଉତ୍ତର ଦେବାକୁ ସଂକୋଚ ପ୍ରକାଶ କରି କହିଥିଲେ ଯେ ସେ ଏକ ଛୋଟ ସହାୟତା କରିଛନ୍ତି ଯାହା ଦ୍ୱାରା ପୀଡିତା ତାଙ୍କ ଝିଅଙ୍କର ଦେଖାଶୁଣା ଠିକରେ କରିପାରନ୍ତୁ । ଏହାସହ ମେଡାଲ , ପୁରସ୍କାର ଓ ସାର୍ଟିଫିକେଟରେ ପେଟ ଓ ଘର ଚାଲେନି ବୋଲି ଅକ୍ଷୟ କୁମାର କହିଛନ୍ତି । ପିଲ୍ମ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ପରେ ସାମାଜସେବାରେ ନିଜକୁ ନିୟୋଜିତ କରି ଅକ୍ଷୟ କୁମାର ସାଧାରଣରେ ବେଶ ପ୍ରଶଂସା ସାଉଟିଛନ୍ତି ।