ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଲା ପରେ ମଧ୍ୟ ବାରମ୍ବାର ପାର୍କିଂକୁ ନେଇ ଅସୁବିଧା ଦେଖା ଦେଉଛି । ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ନିକଟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) ପକ୍ଷରୁ ଏହି ପାର୍କିଂ ନିମନ୍ତେ ମଲ୍ଟିଲେଭଲ କାର ପାର୍କିଂର ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
ଏହି ମଲ୍ଟିଲେଭଲ କାର ପାର୍କଂ ନିମନ୍ତେ ନିର୍ଦ୍ଧିଷ୍ଟ ସ୍ଥାନ ଚୟନ କରାଯାଇଛି । ଯେପରିକି ଜନତାମଇଦାନରେ ୧ ଏକର ଜାଗା, ଖାରବେଳନଗର ପଛପଟ ରାମମନ୍ଦିରଠାରେ ୧.୫ ଏକର, କଳ୍ପନା ଛକରେ ୦.୯୮୪ ଏକର ଏବଂ ନୟାପଲ୍ଲୀ ପାଶ୍ୱର୍ବର୍ତ୍ତୀ ଇନ୍ଦଧନୁ ମାର୍କେଟରେ ୧.୧୧୬ ଏକର ।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିଭିଟେଡ ପକ୍ଷରୁ ଏହି ମଲ୍ଟିଲେଭଲ କାର ପାର୍କିଂ ନିମନ୍ତେ ସହିଦ ନଗର ଏବଂ ୟୁନିଟ-୨ରେ କାମ ଚାଲିଛି ।