ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ଜଙ୍ଗଲରୁ ବାଘ ବାହାରି ଆସି ଗାଁ ଭିତରେ ପଶିଯାଉଥିବା କଥା ଆଗରୁ ଶୁଣିିବାକୁ ମିଳୁଥିଲା । ଯାହାଫଳରେ ଗାଁ ଲୋକମାନେ ଭୟରେ ଥରହର ହୋଇ ପଡୁଥିଲେ । ଏବେ ପୁଣି ଥରେ ଓଡିଶା ବାସୀଙ୍କ ମନରେ ଛନକା ପଶିଛି ।
ଆଜ୍ଞା ହଁ ସୁନ୍ଦରଗଡ ଜିଲ୍ଲା ହେମଗିରି ଜଙ୍ଗଲରେ ବନ ବିଭାଗ ଦ୍ୱାରା ଏକ କଳା ବାଘ ଠାବ କରାଯାଇଛି । ଏହାକୁ ବ୍ଲାକ ପାନ୍ଥର ବୋଲି କୁହାଯାଏ । ଏହି ବାଘର ଶରରୀ ସଂପୂର୍ଣ୍ଣ କଳା ।
ପିସିସିଏଫ(ୱାଇଲ୍ଡ ଲାଇଫ) ସନ୍ଦୀପ ତ୍ରିପାଠୀ ଦେଇଥିବା ସୂଚନା ଅନୁଯାୟୀ,ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି । କଳାବାଘ ଓ ମେଲାନିଷ୍ଟିକ୍ ଟାଇଗର ଥିବା ଏକମାତ୍ର ରାଜ୍ୟ ହେଉଛି ଓଡିଶା ।
ତେବେ ୯୦ ଦଶକରେ ଓଡିଶାରେ କଳାବାଘ ଦେଖା ଯାଉଥିଲା ବୋଲି କୁହାଯାଉଥିବା ବେଳେ ହେମଗିରି ଜଙ୍ଗଲରରେ ଏହି କଳା ବାଘ ଠାବକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।