ପୁରୀ(ଏଟିଆର ବ୍ୟୁରୋ): ଆଗକୁ ଆସୁଛି ଓଡିଶାର ବଡ ଯାତ୍ରା ଯାହାକୁ କୁହାଯାଏ ରଥ ଯାତ୍ରା । ଏନେଇ ଖୁବ୍ ଯୋର ଶୋରରେ ଚାଲିଛି ରଥ କାର୍ଯ୍ୟର ନିର୍ମାଣ । ସେହି ସମୟରେ ଏକ ତ୍ରୁଟି ଦେଖିବାକୁ ମିଳିଛି । ଏହି ରଥର ତୁମ୍ଭ ଏବଂ ପାହିରେ ଏକ ଫାଟ ଥିବାରୁ ଏହାକୁ ଫୋରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବୁଲଡି ନିର୍ବାହୀ ଯନ୍ତ୍ରୀ ପି.କେ ଦାସ ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଗତକାଲି ୩୨ ଦିନ ପୂରିଥିଲା । ଏହାପରେ ରଥ ନିର୍ମାଣ କମିଟିର ନିର୍ବାହି ରଥ ଖଳାକୁ ଆସି ମହାରଣା,ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ସମସ୍ତ ଯାଞ୍ଚ କରିଥିଲେ । ସେହି ସମୟରେ ଦେବଦଳନ ରଥ ଚକର ତୁମ୍ଭ ଏବଂ ପାହିରେ ଫାଟ ଥିବାର ଜାଣିବାକୁ ପାଇଥିଲେ ।