ମୁମ୍ବାଇ (ଏଟିଆର ବ୍ୟୁରୋ): ଚଳିତବର୍ଷ ମୁମ୍ବାଇ ଠାରେ ଫେମିନା ମିସ୍ ଇଣ୍ଡିଆ ୨୦୧୮ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବିଜୟିନୀ ହୋଇଛନ୍ତି ତାମିଲନାଡୁ ଝିଅ ଅନୁକ୍ରିତୀ ୱାସ । ଏବଂ ପ୍ରଥମ ରନର୍ସଅପ ହୋଇଛନ୍ତି ହରିଆଣାର ମୀନାକ୍ଷୀ ଚୌଧୁରୀ ଓ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ମିସ୍ ଶ୍ରେୟା ରାଓ ।
୧୯ ବର୍ଷିୟା ଅନୁକ୍ରିତୀ ବର୍ତ୍ତମାନ ଫ୍ରେଞ୍ଚ ଭାଷାରେ ବି.ଏ କରୁଛନ୍ତି । ସେ ସଙ୍ଗୀତ ଏବଂ ନୃତ୍ୟକୁ ଖୁବ୍ ପସନ୍ଦ କରନ୍ତି । ଏହାବ୍ୟତୀତ ସେ ରାଜ୍ୟ ସ୍ତରରେ ଖେଳ ପ୍ରତିଯୋଗିତାରେ ଭାଗ ନେଇସାରିଛନ୍ତି । ବିଜୟିନୀ ଅନୁକ୍ରିତୀଙ୍କୁ ପୂର୍ବ ବର୍ଷ ତଥା ୨୦୧୭ର ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର ମୁକୁଟ ପିନ୍ଧାଇ ଥିଲେ ।
Congratulations to the winners of @fbb_india @ColorsTV Femina Miss India 2018
Co powered by @Sephora_India and @DS_SilverPearls#MissIndiaFinale at @DomeIndia pic.twitter.com/8DZqrxuNP1— Miss India (@feminamissindia) June 19, 2018
ଏହି କାର୍ଯ୍ୟକ୍ରମର ବିଚାରପତି ପ୍ୟାନେଲରେ ଥିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା,ଅଭିନେତା ବବି ଦେୱାଲ, କୁନାଲ କପୁର, କ୍ରିକେଟର୍ସ ଇର୍ଫାନ ପଠାନ୍ ଏବଂ କେ.ଏଲ ରାହୁଲ । ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ମାଧୁରୀ ଦିକ୍ଷିତ୍, କରୀନା କପୁର, ଜ୍ୟାକଲିନି ଫର୍ଣ୍ଣାଡିଜ ଆଦି ଧମାକାଦାର ପରଫରମାନ୍ସ କରିଥିଲେ । ଏବଂ ହୋଷ୍ଟ ଦାୟିତ୍ୱରେ ଥିଲେ କରଣ ଜୋହର ଏବଂ ଆୟୁଷ୍ମାନ ଖୁରାନା ।