ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲାଗି ରହିବ ବର୍ଷା । ଆସୁଛି ଲଗାତାର ଦୁଇଟି ଲଘୁଚାପ । ଗୋଟିଏ ସପ୍ତାହରେ ଦୁଇଟି ଲଘୁଚାପ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁଲାଇ ୭ ରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଜୁଲାଇ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବାର ଆଶଙ୍କା ଥିବା ବେଳେ ୬ ତାରିଖରୁ ବଢିବ ବର୍ଷାର ପ୍ରକୋପ ।