ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଦଳିଛି ପାଗ । ଖସିଛି ଦିନ ତାପମାତ୍ରା । ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଯୋଗୁଁ ତାପମାତ୍ରା ତଳମୁହାଁ ହୋଇଛି । ଯାହାଫଳରେ ତାତିରୁ ମିଳିଛି ଆଶ୍ୱସ୍ତି । ରାଜ୍ୟରେ ଆହୁରି ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।