ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠୁ ଆରମ୍ଭ ହେବ ବର୍ଷା । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଚାରି ଦିନ ପର୍ଯ୍ୟନ୍ତ ବର୍ଷିବ । ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ରହିଛି । ଏହାସହିତ କୂଆ ପଥର ମଧ୍ୟ ମାଡ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଏନେଇ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ପଶ୍ଚିମା ଝଡ ପ୍ରଭାବରେ ସୋମବାରଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ଓ ମେଘୁଆ ରହିବ । ନୂଆପଡା, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ, ଦେବଗଡର କିଛି ସ୍ଥାନରେ ବର୍ଷା ହେବ ।
୧୧ ତାରିଖରେ ବର୍ଷାର ପରିମାଣ ବଢିବ । ଏହାସହିତ ୧୨ ଓ ୧୩ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ହେବାର ଆଶଙ୍କା ରହିଛି ।