ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅନୁମତି ପ୍ରମେ ଗତକାଲି ଠାରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ତେବେ ଆଜି ୮ଟି ଟ୍ରେନରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୨ ହଜାର ପ୍ରବାସୀ ଓଡିଆ ରାଜ୍ୟରେ ପ୦ଞ୍ଚିବେ । ଆଜି ବିଭିନ୍ନ ରାଜ୍ୟରୁ ଓଡିାଶା ଆଭିମୁଖେ ଯାତ୍ରା ଆରମ୍ଭ କରିଛି ୮ଟି ସ୍ୱତନ୍ତ୍ର ଟ୍ରେନ । ଏହି ଟ୍ରେନ ମଧ୍ୟରୁ ଦୁଇଟି ଟ୍ରେନ ଖୋର୍ଦ୍ଧା ରୋଡ୍ ଆସିବ । ସେହିପରି ବାଲେଶ୍ୱରକୁ ତାମିଲନାଡୁ, ହରିୟାଣା ଓ ବେଙ୍ଗାଲୁରୁରୁ ଗୋଟିଏ ଲୋକାଏଁ ଟ୍ରେନ ଆସିବ । ସେହିଭଳି ତେଲେଙ୍ଗାନାରୁ ୨ଟି ଟ୍ରୋନ ବଲାଙ୍ଗୀର ଓ ଗୋଟିଏ ଟ୍ରେନ ନୂଆପଡାକୁ ଆସିବ । ଏହି ଟ୍ରେନ ଗୁଡିକରେ ପ୍ରାୟ ୧୨ ହଜାର ଶ୍ରମିକ ଆସୁଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ କରୋନା ମହାମାରୀ ବ୍ୟପିବାରୁ ସାରା ଦେଶରେ ପ୍ରାୟ ଦୁଇ ମାସରୁ ଅଦିକ ଦିନ ହେବ ଲକ୍ ଡାଉନ୍ ଭଲି ପରିସ୍ଥିତି ଲାଗି ରହିଛି । ତେଣୁ ବହୁ ଦିନ ହେବ ଟ୍ରେନ ଚଳାଚଳ ବନ୍ଦ ହୋଇ ରହିଛି ଲକ୍ ଡାଉନ୍ ଫଳରେ ବିଭିନ୍ନ ରାଜ୍ୟରେ ଫସି ହୋଇ ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରୟାଶ ଜାରି ରଖିଛନ୍ତି । ସ୍ୱତନ୍ତ୍ର ବସ ଓ ଟ୍ରେନ ଜରିଆରେ ଓଡିଶାକୁ ଲକ୍ଷ ଲକ୍ଷ ପ୍ରବାସୀ ମାନେ ଫେରି ସାରିଲେଣି । ତେବେ ରାଜ୍ୟକୁ ଫେରିବା ପରେ ପ୍ରବାସୀ ମାନେ କ୍ୱାରାଣ୍ଟାଇନରେ ରହିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024