ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପ ପରେ ଲଘୁଚାପ । ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ଓ ପଶ୍ଚିମା ଓଡିଶାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ।
ସେପଟେ ଆଜି ବି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ପାରଳାଖେମୁଣ୍ଡିରେ ୩୧.୨ ମିମି, ନବରଙ୍ଗପୁରରେ ୨୩.୬ ମିମି, ଫୁଲବାଣୀରେ ୧୬ ମିମି, ବାଲେଶ୍ୱରରେ ୧୩.୮ ମିମି, କୋରାପୁଟରେ ୧୬ ମିମି ଏବଂ କେନ୍ଦୁଝରରେ ୬.୬ ମିମି ବର୍ଷା ରେକର୍ଡ ହୋଇଛି ।