ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଟେ ଘୂର୍ଣ୍ଣିବଳୟ ପରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ରାଜ୍ୟରେ ପୁଣି ୧୧ ତାରିଖରୁ ବଢିବ ବର୍ଷାର ପରିମାଣ । ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ହେବ । ଓଡିଶା ସମେତ ଦକ୍ଷୀଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ମୌସୁମୀ ନିମ୍ନଚାପରେଖା ତାର ସ୍ୱାଭାବିକ ଅବସ୍ଥାକୁ ଫେରିବା ସହ ଆଭ୍ୟନ୍ତରୀଣ ଓଡିଶା ଏବଂ ଛତିଶଗଡ ନିକଟରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା ।