ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟମ୍ବରରେ ଆଗ ପଛ ହୋଇ ଲାଗତାର ଦୁଇଟି ଲଘୁଚାପ ଆସୁଛି । ପ୍ରଥମ ସପ୍ତାହରେ ଗୋଟେ ଘୂର୍ଣ୍ଣିବଳୟ ରହିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଏହା ସହିତ ୨ ତାରିଖରୁ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ ।