ପୁରୀ (ଏଟିଆର ବ୍ୟୁରୋ); ‘ଫୋନି’ପ୍ରଭାବ ଧିରେ ଧରେ ପଡିବାକୁ ଲାଗିଲାଣି । ଅସାନ୍ତ ହେବାରେ ଲାଗିଛି ସମୁଦ୍ର । ପୁରୀ ଏବଂ ଚନ୍ଦ୍ରଭାଗା ସମୁଦ୍ରରେ ଲହଡି ଧିରେ ଧିରେ କୂଳ ଖାଇବାକୁ ଲାଗିଲାଣି । ବିରାଟ ଜୁଆର ସାଙ୍ଗକୁ ଗର୍ଜନ କରୁଛି ସମୁଦ୍ର ଆଗକୁ ଆଗକୁ ମାଡି ଆସୁଥିବା ଦେଖିବାକୁ ମିଳୁଛି । ଏମିତିକି ସମୁଦ୍ର ନିର୍ମାଣ ହୋଇଥିବା ପ୍ରୋଜେକ୍ଟ ୱାଲକୁ ପାଣି ଛୁଇଁବାକୁ ଲାଗିଲାଣି । ଯାହାକୁ ନେଇ ଭୟଭୀତ ହେବାରେ ଲାଗିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସେମାନଙ୍କୁ ସମୁଦ୍ରକୂଳକୁ ନଯିବା ପାଇଁ ପୂର୍ବରୁ ପ୍ରସାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଉଗ୍ରରୂପ ନେବାକୁ ଯାଉଛି ସାମୁଦ୍ରିକ ଝଡ ‘ଫୋନି’ । ଓଡିଶାଠାରୁ ୫୧୦ ଏବଂ ବିଶାଖାପାଟଣାମଠାରୁ ୨୬୦ କିମ ଦୂରରେ କେନ୍ଦ୍ରୀଭୂତ ହେଉଛି ‘ଫୋନି’ । ଏହା ଆସନ୍ତାକାଲି ସଂନ୍ଧ୍ୟାରେ ଓଡିଶାରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପାଇଁ ସରକାର ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରୁଛନ୍ତି । ରାଜ୍ୟର ପ୍ରାୟ ୮ଲକ୍ଷ ଲୋକଙ୍କ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି ।
ପୁରୀ ଏବଂ ଜଗତସିଂହପୁର ଉପରେ ‘ଫୋନି’ର ପ୍ରଭାବ ଅଧିକ ପଡିବ ବୋଲି ଶୁଣିବାକୁ ମିଳିଛି । ଏଣୁ ଉଭୟ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀରୁ ୧ ଲକ୍ଷ ୪ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଜଗତସିଂହପୁରରୁ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଏବଂ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପୁରୀରୁ ପର୍ଯ୍ୟଟକମାନଙ୍କୁ ମଧ୍ୟ ଭୁବନେଶ୍ୱର ପଠାଯାଇଛି ।