ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଏବେ ଉପକୂଳ ମୁହାଁ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାରେ ଲାଗିଛି । ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡାର ରାଜନଗର ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ୨୪ଘଣ୍ଟା ଭିତରେ ରାଜନଗରରେ ୧୮୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି କେନ୍ଦ୍ରାପଡାରେ ଜିଲ୍ଲାରେ ହାରାହାରି ୭୫.୬ମିମି ବର୍ଷା ଓ ଭଦ୍ରକ ଚାନ୍ଦବାଲିରେ ୧୫୦ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ କେନ୍ଦ୍ରାପଡାର ରାଜକନିକାରେ ୧୩୬ମିମି ବର୍ଷା, ଜଗତସିଂହପୁରରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବା ସହ ପାଗ ମଧ୍ୟ କୋହଲା ରହିଛି । ବର୍ଷା ଓ ପବନ ସକାସେ ବିଭିନ୍ନ ସ୍ଥାନରେ ବିରାଟମାନ ଗଛ ଭାଙ୍ଗି ପଡିଥିବା ମଧ୍ୟ ଖବର ମିଳିଛି । କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନଫେରେସିଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା ହେବ । ଫସଲକୁ ନେଇ କୃଷି ବିଭାଗଓ ଓୟୁଏଟି ପକ୍ଷରୁ ପରାମର୍ଶ ଜାରି କରାଯାଇଥିଲା । ତଳିଆ ଅଂଚଳରେ ବର୍ତ୍ତମାନ ସୁଦ୍ଧା ଧାନ ଫସଲ ଅମଳ ହୋଇନି । ତେଣୁ ଏହା କ୍ଷୟକ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।