ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ଜାଡରେ ଥରୁଛି ରାଜ୍ୟର ବିଭିନ୍ନ ସ୍ଥାନ । ଜାରି ରହିଛି ଶୀତ ଲହରୀ । ଏହାସାଙ୍ଗକୁ ଘନ କୁହୁଡିର ଆସର । ଆଜି ଭୁବନେଶ୍ୱର ସମେତ ପୁରୀ, କଟକ ଏବଂ ରାଉଲକେଲା ସହର ସମ୍ପୂର୍ଣ୍ଣ କୁହୁଡି ଚାଦରରେ ଘୋଡି ହୋଇଥିବାର ଦେଖିବାକୁ ମିଳିଛି । ଯେଉଁଥିପାଇଁ ଲୋକଙ୍କୁ ରାସ୍ତାରେ ଯାତାୟତ କରିବାରେ ବାଧା ଉପୁଜିଛି । ଗତକାଲି ରାଜ୍ୟର କେତେକ ସ୍ଥାନରେ ଶୀତ କମିଥିବା ବେଳେ ଆଜି ପୁଣି ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୪ ସହର । ଏନେଇ ପାଗିପାଗ ବିଭାଗ କେନ୍ଦ ପକ୍ଷରୁ ସୂଚନା ମିଳିଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, ସବୁଠାରୁ ଅଧିକ ଥଣ୍ଡା ସହ ଭାବେ ଏବେ ସୋନପୁର ରହିଛି । ସୋନପୁରରେ ୭.୪ ଡିଗ୍ରୀ ତାପମାତ୍ରା, ଦାରିଙ୍ଗବାଡିରେ ୯ ଡିଗ୍ରୀ,ଟିଟିଲାଗଡରେ ୯.୧ ଡିଗ୍ରୀ ଏବଂ ଅନୁଗୁଳରେ ୯.୬ ଡିଗ୍ରୀ ରହିଛି । ଏହାସହିତ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଏଭଳି ଘନ କୁହୁଡି ୩ ରୁ ୪ ଦିନ ଯାଏଁ ଲାଗି ରହିବ । ଏହାବ୍ୟତିତ ୧୬ ତାରିଖରେ ୮ ଟି ଜିଲ୍ଲା ଏବଂ ୧୭ ତାରିଖରେ ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।