ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାଡରେ ଥରୁଛି ସାରା ରାଜ୍ୟ । ବୃଦ୍ଧି ହୋଇଛି ଶୀତ ପ୍ରକୋପ । ଆଗକୁ ଆହୁରି ବଢିବ ଶୀତ ପ୍ରକୋପ । ଆସନ୍ତା ଦୁଇଦିନ ମଧ୍ୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି । ଯାହାଫଳରେ ଆହୁରୀ ବଢିବ ଥଣ୍ଡାର ପ୍ରକୋପ ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଧୀରେ ଧୀରେ ସକ୍ରିୟ ହେଉଛି ଉତ୍ତରା ପବନ । ଯାହାଫଳରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କବାୟୁ ଅଧିକ ପ୍ରଭାବିତ ହେବ ।