ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତ ଲହରି ଜାରି ରହିଛି । କମୁଛି ପାରଦ ବଢୁଛି ଶୀତ । ଦିନକୁ ଦିନ ଥଣ୍ଡା ପ୍ରକୋପ ବଢିବାରେ ଲାଗିଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାକୁ ଫେରିଛି ଜାଡ । ଯାହାଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ସକାଳୁ ସକାଳୁ ଘନ କୁହୁଡି ଚାଦରରେ ସମସ୍ତ ଅଞ୍ଚଳ ଢାଙ୍କି ହୋଇଥିବାର ଦେଖିବାକୁ ମିଳୁଛି । ରାସ୍ତା ଘାଟ ଦୃଶ୍ୟମାନ ହେଉ ନାହିଁ । ଯାହାଫଳରେ ଗାଡି ଚଳାଚଳ କରିବାରେ ସମସ୍ୟା ହେଉଛି । ସେଥିପାଇଁ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।