ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟଶ’ କୁ ନେଇ ଠିକ୍ ସାବ୍ୟସ୍ତ ହୋଇଛି ଆଇଏମଡିର ପୂର୍ବ ଆକଳନ । ମାଡି ଆସୁଛି ବାତ୍ୟା ‘ୟଶ’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଘନୀଭୂତ ହୋଇ ଆସନ୍ତା ୨୪ ରେ ବାତ୍ୟାରେ ପରିଣତ ହେବ । ସେହିପରି ଆସନ୍ତ ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡିଶା ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି କହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାଁ ‘ୟଶ’ ରହିଥିବା ବେଳେ ଏହା କ୍ରମେ ଅତି ଭିଷଣ ବାତ୍ୟାରେ ପରିଣତ ହୋଇ ନିର୍ଦ୍ଧିଷ୍ଟ ଭାବେ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କୌଣସି ସୂଚନା ମିଳି ନାହିଁ । କିନ୍ତୁ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବାର ଆକଳନ କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଜିଲ୍ଲାରେ ପ୍ରଭାବ ପଡିବ ।