ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଡି ଆସୁଛି ବାତ୍ୟା ଗୁଲାବ । ବଙ୍ଗୋପସାଗରେ ଅଧିକ ବଳ ଗୋଟାଇ ଏବେ ସ୍ଥଳଭାଗ ମୁହାଁ । ଘଣ୍ଟାପ୍ରତି ୧୦କି.ମି ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ବାତ୍ୟା ଗୁଲାବ ଏବେ ଗୋପାଳପୁର ଉପକୂଳଠାରୁ ୨୭୦ କି.ମି ପୂର୍ବ-ଦକ୍ଷୀଣ ପୂର୍ବ ଓ ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମଠାରୁ ୩୩୦ କି.ମି ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।
ଯେତିକି ସ୍ଥଳଭାଗ ମୁହାଁ ହେଉଛି ଗୁଲାବର ବେଗ ସେତିକି କମି କମି ଯାଉଛି । ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା କି ୨୬ ତାରିଖ ସନ୍ଧ୍ୟା ସୁଧା ଗୁଲାବ ସ୍ଥଳଭାଗ ଛୁଇଁପାରେ ବୋଲି କିନ୍ତୁ ଏବେ ଯାହା ଜଣାପଡିଛି ଏହା ଆଜି ମଧ୍ୟରାତ୍ରିରେ ଆନ୍ଧ୍ର-ଓଡିଶା ଉପକୂଳର କଳିଙ୍ଗପଟ୍ଟନମ ଓ ଗୋପାଳକୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ।