ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୌସୁମୀର ୪ ମାସ ମଧ୍ୟରୁ ୩ ମାସ ଶେଷ ହେବାକୁ ବସିଲାଣି ହେଲେ ଏବେ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ୩ ମାସ ମଧ୍ୟରେ ଯେତିକି ପରିମାଣ ର ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇପାରିନାହିଁ । ଡହଡହ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଶୁଖିଲା ପଡିଛି ବିଲ । ଯାହାଫଳରେ ୧୮ ଜିଲ୍ଲାରେ ମରୁଡି ସ୍ଥିତି । ଏନେଇ ଚିନ୍ତାରେ ଚାଷୀ ।
ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ସେପ୍ଟମ୍ବରରେ ବର୍ଷା ସ୍ୱଭାବିକ ରହିବ ବୋଲି ଆକଳନ କରାଯାଇଛି । ପ୍ରଥମ ଦୁଇ ସପ୍ତାହରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଆଗ ପଛ ହୋଇ ଦୁଇଟି ଲଘୁଚାପ ରହିଛି । ଯେଉଁଥିପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।