ମୁମ୍ବାଇ (ଏଟିଆର ବ୍ୟୁରୋ): କିଙ୍ଗ୍ ଖାଁ ଶାହରୁଖଙ୍କର ଅପକମିଂ ଫିଲ୍ମ ‘ଜୱାନ’ ର ଟ୍ରେଲର ରିଲିଜ୍ ହୋଇଛି । ଜବରଦସ୍ତ ଆକ୍ସନ ଓ ଦମଦାର ଡାଇଲଗ୍ କୁ ନେଇ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଫ୍ୟାନ୍ସମାନେ ଏହି ଟ୍ରେଲରରୁ ଅନ୍ଦାଜ ଲଗେଇସାରିଲେଣି କି ଫିଲ୍ମଟି ଖୁବ୍ ଧମାକାଦାର ହେବ । ଏହାସହିତ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ସମ୍ଭାବନା ରହିଛି ।
ରେଡ୍ ରିଲିଜ୍ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ‘ଯବାନ’ ର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ ଡିରେକ୍ଟର ଅଟଲୀ । ସେ ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଛନ୍ତି ।
ଫିଲ୍ମଟି ଆସନ୍ତା ସେପ୍ଟମ୍ବର ୭ ରେ ତିନି ଭାଷା ତଥା ହିନ୍ଦୀ, ତେଲୁଗୁ,ତାମିଲରେ ରିଲିଜ୍ ହେବ ।