ମୁମ୍ବାଇ (ଏଟିଆର ବ୍ୟୁରୋ): ଭିକ୍କି କୌଶାଲଙ୍କ ଅଭିନିତ ଫିଲ୍ମ ‘ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ’ ଜୁଲାଇରେ ପୁଣିଥରେ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଫିଲ୍ମଟି ଜୁଲାଇ ୨୬ କାର୍ଗିଲ ଦିବସ ଅବସରରେ ପ୍ରଦର୍ଶିତ କରାଯିବ । ଏହି ଫିଲ୍ମଟିରେ ଯୁଦ୍ଧ ଏବଂ ଡ୍ରାମା ଭରି ରହିଛି । ଯାହା ସେପ୍ଟେମ୍ବର ୨୦୧୬ରେ ନିୟନ୍ତ୍ରଣ ରେଖା ପାର୍ କରି ପାକିସ୍ତାନ ସୀମାରେ ପଶି ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ।
ସେହି ବର୍ଷ ପ୍ରାରମ୍ଭରେ ଜାମ୍ମୁ-କାଶ୍ମୀର ଉରୀରେ ଭାରତୀୟ ସେନାଙ୍କ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ହମଲାରେ ଅନେକ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତୀୟ ସେନା ତାର ପ୍ରତିଶୋଧ ନେଇଥିଲା । ଏଭଳି କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଫିଲ୍ମ ଉରି ଦ ସର୍ଜିକାଲ ଷ୍ଟ୍ରାଇକରେ ଭିକ୍କି କୌଶାଲ ମେଜର ବୀହାନ ସିଂହ ଭୂମିକାରେ ନଜର ଆସିଥିଲେ, ଯିଏ ସର୍ଜିକାଲ ଷ୍ଟ୍ରାଇକ ମିଶନର ପ୍ରମୁଖ । ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଦେଶରେ ହିଟ୍ ସାବସ୍ତ୍ୟ ହୋଇଥିଲା ।
ସେପଟେ ଫିଲ୍ମ ନିର୍ମାତା ରାଣୀ ସ୍କ୍ରୁୱାଲା ଏକ ରିପୋର୍ଟରେ କହିଥିଲେ କି , ଫିଲ୍ମଟି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବର ଭାବନା ସୃଷ୍ଟି କରିବାରେ ଏବଂ ଆମ ରାଷ୍ଟ୍ର ପାଇଁ
ଶସସ୍ତ୍ର ବ୍ୟକ୍ତିଙ୍କ ଅବିଶ୍ୱସନୀୟ ଯୋଗଦାନର ଉଜାଗର କରିବା ପାଇଁ ତିଆରି କରାଯାଇଛି । ମୁଁ ଏହି ଫିଲ୍ମର ଅଂଶୀଦାର ହୋଇଥିବାରୁ ନିଜକୁ ବହୁତ ସମ୍ମାନି ଅନୁଭବ କରୁଛି । କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ୫୦୦ ସିନେମା ହଲରେ ଏହି ଫିଲ୍ମକୁ ପ୍ରଦର୍ଶିତ କରାଯିବ ।
ଦେଶରେ ଏହି ଫିଲ୍ମଟି ହିଟ୍ ସାବସ୍ତ୍ୟ ହୋଇଥିଲା । ଫିଲ୍ମରେ ହୃଦୟକୁ ଛୁଇଁଲା ଭଳି ଏକ କ୍ୟାଚ୍ ଲାଇନ ଥିଲା ‘ହାଉଜ ଦ ଯୋଶ’ । ଯାହା ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରିଥିଲା । ପାକିସ୍ତାନ ଆତଙ୍କବାଦୀଙ୍କୁ ମାରିବେ ପରେ ଯବାନ ମାନଙ୍କ ମଧ୍ୟରେ ଯୋଶ ଆଣି ଭିକ୍କି କୌଶାଳ ଯେତେବେଳେ କହୁଥିଲେ ‘ହାଉଜ ଦି ଯୋଶ’ । ସେହି ସମୟରେ ସିନେମାହଲ କରତାଳିରେ ଫାଟି ପଡୁଥାଏ ।