ଏଟିଆର ବ୍ୟୁରୋ: ଆଭ୍ୟନ୍ତରୀଣ ହେଉ ଅବା ଉପକୂଳ ଓଡିଶା ସବୁଠି ଜାରି ରହିଛି ଶୀତ ଲହରି । ଖସୁଛି ପାରଦ ବଢୁଛି ଶୀତ । ଅସହ୍ୟ ଜାଡରେ କଲବଲ ଲୋକେ । ସବୁଆଡେ କାଲୁଆ । ଥରାଉ ଦେଉଛି ଥଣ୍ଡା ପବନ । ଏହାରି ମଧ୍ୟରେ ଆଶ୍ୱସ୍ତି ଦେଇଛି ପାଣିପାଗ ବିଭାଗ । ଶୁକ୍ରବାରଠୁ ବଢିବ ରାତି ତାପମାତ୍ରା । ୨ ରୁ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ।
କିନ୍ତୁ ରାଜ୍ୟରେ କୁହୁଡି ଦେଖାଦେବ । ୨୪ ତାରିଖ ସକାଳ ଯାଏଁ କୁହୁଡି ବଢିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।