ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଘ ମାସରେ ଅସମ୍ଭାଳ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଏହାସହିତ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ମଙ୍ଗଳବାର ଭୁବନେଶ୍ୱର ତାପମାତ୍ରା ୩୭ ଡିଗ୍ରୀ ରହିଥିଲା । ଗୁରୁବାର ମଧ୍ୟ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ତାତି ଅଧିକ ରହିବ । ମାତ୍ର ଶୁକ୍ରବାରଠୁ ତାତି ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ଲାଗି ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିପ କମିଶନର (ଏସଆରସି) । ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳକୁ ମାର୍ଗଦର୍ଶିକା ଜାରି ।