ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା, ସମ୍ବଲପୁର,ଅନୁଗୁଳ, ସୋନପୁର, ବୌଦ୍ଧ ଓ ଦେବଗଡ ।
ଅନ୍ୟପଟେ ଆସନ୍ତାକାଲିଠୁ ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତି । ପାଗରେ ଆସିବ ପରିବର୍ତ୍ତନ । ରାଜ୍ୟକୁ ପ୍ରଭାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିବା ସହିତ କାଳବୈଶାଖୀ ଜାରି ରହିବ । ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।