ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ବର୍ଷା କମି ଯାଇଛି ହେଲେ ପାରଦ ଉପରମୁହାଁ ହୋଇଛି । ଶରତରେ ଗ୍ରୀଷ୍ମ ଭଳି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାଫଳରେ କଲବଲ ହେଉଛନ୍ତି ଲୋକେ ।
ତାପମାତ୍ରା ସ୍ୱାଭାବିକଠୁ ୨ ଡିଗ୍ରୀ ଅଧିକ ରହିଛି । ସୋମବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ମଙ୍ଗଳବାର ମଧ୍ୟ ସମାନ ଗରମ ଅନୁଭୂତ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୧୦ ଦିନ ଯାଏଁ ପାଗ ଏହିଭଳି ରହିବ । କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ।