ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ତାତିରେ କଲବଲ ହେଉଛି ରାଜ୍ୟ । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାଜ୍ୟର ୨ ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୬ ଟି ସହରର ତାପମାତ୍ରା ୩୯ ଡିଗ୍ରୀଂ ଉପରେ ରେକର୍ଡ କରାଯାଇଛି । ଏହାସହିତ ୨୮ ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରୀ ବୃଦ୍ଧି ହେବ । ସ୍ୱାଭାବିକ ଠାରୁ ଆଭ୍ୟନ୍ତରୀଣ ଓଡିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯାହାଦ୍ୱାରା ଘରୁ ବାହାରକୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୮ ତାରିଖରୁ ଲଗାତର ୪-୫ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ପାଗ ଏଭଳି ରହିବ ।