ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତି ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି । ୪୦ ଡିଗ୍ରୀ ଉପରେ ରହୁଛି ରାଜ୍ୟର ଅନେକ ସହର । ଜଳୁଛି ପଶ୍ଚିମ ଓଡିଶା । କିନ୍ତୁ କାଳବୈଶାଖୀ ବର୍ଷା ଯୋଗୁଁ କିଛି ସ୍ଥାନରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ଆସନ୍ତା ୨-୩ ପରେ ସାମାନ୍ୟ ତାତି କମିପାରେ । କିନ୍ତୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ବଢିବ ତାତିର ପ୍ରକୋପ । ତାତିରେ ଆହୁରି କଲବଲ ହେବେ ଲୋକେ । ଆସନ୍ତା ଜୁନ୍ ୨ ତାରିଖ ବେଳକୁ ଉପକୂଳ ଓଡିଶାରେ ତାତି ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।