ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଅସହ୍ୟ ଜାଡରେ ଥରୁଛି ଓଡିଶା । ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କୋରାପୁଟ ସେମିଳିଗୁଡାରେ ରେକର୍ଡ କରାଯାଇଛି । ୬ ଡିଗ୍ରୀ ତଳେ ରହିଛି ସେମିଳିଗୁଡା । ଯାହାଫଳରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି ।
ସେହିପରି ଫୁଲବାଣୀ, ଦାରିଙ୍ଗବାଡି, ସୁନ୍ଦରଗଡ, କେନ୍ଦୁଝର ଓ ଭବନୀପାଟଣାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହାସହିତ ଆଗକୁ ଶୀତ ଆହୁରୀ ବଢିବ । ଆସନ୍ତା ୩ ତାରିଖରୁ ରାଜ୍ୟରେ ତାପମାତ୍ରା ସ୍ୱଭାବିକଠାରୁ ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ।