ଚେନ୍ନାଇ (ଏଟିଆର ବ୍ୟୁରୋ): ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏପରିକି ଅନେକ ସ୍ଥାନ ଜଳ ବନ୍ଦୀ ହୋଇ ଯାଇଛି । ରାସ୍ତାଘାଟ ରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଟ୍ରେନ ଲାଇନ୍ ଉପରେ ପାଣି ଚାଲୁଛି । ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ ।
ସେପଟେ ଚେନ୍ନାଇ ଏୟାରପୋର୍ଟରେ ପ୍ରବଳ ପାଣି । ରାତି ସାଢେ ୧୧ଟା ଯାଏଁ ଏୟାରପୋର୍ଟ ବନ୍ଦ ରଖାଯାଇଛି । ଏହାସହିତ ଅନେକ ବିମାନ ବାତିଲ ମଧ୍ୟ କରାଯାଇଛି ।
ଗତକାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା । ସେପଟେ ତାମିଲନାଡୁ ଓ ପୁଡୁଚେରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।