ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୬.୮ ଡିଗ୍ରୀ ଛୁଇଁଛି ତାଳଚେର । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ତାଳଚେର ୩୬.୮, ବାରିପଦା ୩୬, ବଲାଙ୍ଗୀର, କେନ୍ଦୁଝର, ରାଉରକେଲା ୩୪.୮, ବାଲେଶ୍ୱର, ଭବାନୀପାଟଣା, ବୌଦ୍ଧ ୩୪, ଭୁବନେଶ୍ୱର, ଜଗିସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।