ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଶୀତର ପ୍ରକୋପ କମ ରହିଛି । କିନ୍ତୁ ବଢୁଛି କୁହୁଡି । ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ରାସ୍ତାଘାଟ କିଛି ଦୃଶ୍ୟମାନ ହେଉନି । ଯାହାଦ୍ୱାରା ରାସ୍ତାରେ ଯାତାୟତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘନ କୁହୁଡି ପାଇଁ ୧୭ ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି ।
ରାଜ୍ୟରେ ଏବେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି । ଯାହାଦ୍ୱାରା ଶୀତ କମିଛି ହେଲେ ଘନ କୁହୁଡି ବଢିଛି ।