ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜିଠୁ ଆହୁରି କଲବଲ କରିବ ଅସହ୍ୟ ତାତିକୁ ଗୁଳୁଗୁଳି । ୪ ଦିନ ଯାଏଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୫ ଜିଲ୍ଲା ତଥା କଟକ, ନୟାଗଡ, ଭଦ୍ରକ, ଢେଙ୍କାନାଳ, ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କରେ ହିଟୱେଭ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ହିଟୱେଭ ପାଇଁ ୧୬ ତାରିଖ ରେ ୧୨ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ଯାଏଁ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେବେ ରାଜ୍ୟବାସୀ । ତାତିରୁ ନାହିଁ ନିସ୍ତାର ।