ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ଖରା ତାତି । କଲବଲ କରୁଛି ଖରା । ଡହଡହ ଖରା ସାଙ୍ଗକୁ ଅସମ୍ଭାଳ ଗରମ । ଦିନ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ଆକାଶରୁ ନିଅାଁ ବର୍ଷା ଭଳି ଅନୁଭବ ହେଉଥିବା ବେଳେ ତାତିରୁ ମିଳୁନି ଆଶ୍ୱସ୍ତି । ଏହାସହିତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅସହ୍ୟ ତାତିରୁ ନାହିଁ ନିସ୍ତାର ।
ଗତକାଲି ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଟିଟଲାଗଡରେ ସର୍ବାଧିକ ତାତି ରେକର୍ଡ କରାଯିବା ସହ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଟିଟଲାଗଡରେ ସର୍ବାଧିକ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀରରେ ତାମପାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।