ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଘୁଚାପ । ପଶ୍ଚିମବଙ୍ଗ ଦକ୍ଷୀଣ ଭାଗରେ ମଙ୍ଗଳବାର ଏକ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ସେଥିପାଇଁ ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଏବଂ ଦେଓଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସେହିପରି ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ଉତ୍ତର-ପୂର୍ବରେ ସେପ୍ଟମ୍ବର ୨୫ ରେ ଆଉ ଏକ ସାଇକ୍ଲୋନିକ ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ବରିଷ୍ଠ ଆଇଏମଡି ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ପଶ୍ଚିମ-ଉତ୍ତର-ପଶ୍ଚିମକୁ ଏହା ଗତି କରି ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ସେପ୍ଟମ୍ବର ୨୬ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।