ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷୀଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷୀଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ । ଯାହା ଆସନ୍ତା ୨୩ ତାରିଖ ବେଳକୁ ଅବପାତରେ ପରିଣତ ହେବ ।
ସେପଟେ ଦକ୍ଷୀଣ ଆରବ ସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୬ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ।