ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ବର୍ଷାରେ ଭିଜିବ ରାଜ୍ୟ । ଆସୁଛି ଏକ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ତାରିଖରୁ ବଢିପାରେ ବର୍ଷା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶା ଓ ଦକ୍ଷୀଣ ଓଡିଶାରେ ମଧ୍ୟ ଅଧିକ ବର୍ଷା ହେବ । ଏହାପୂର୍ବରୁ ରାଜ୍ୟରେ ଲଘୁଚାପ ପ୍ରଭାବରେ ୨ ରୁ ୩ ଦିନ ବର୍ଷା ଲାଗି ରହିଥିଲା ।