ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ । ଆଜିଠୁ ପ୍ରବଳ ବର୍ଷିବ । ଏହି ବର୍ଷା ଆସନ୍ତା ୭ ତାରିଖ ଯାଏଁ ଲାଗି ରହିବ । ଏନେଇ ଓଡିଶାର ଥିବା ୧୭ ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଯେଉଁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡିକ ହେଲା ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, ମୟୁରଭଞ୍ଜ, କନ୍ଧମାଳ, କୋରାପୁଟ, ବରଗଡ ଏବଂ ଝାରସୁଗୁଡା ଆଦି । ସେପଟେ ଆସନ୍ତା ୬ ତାରିଖ ଯାଏଁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।