ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରଜ୍ୟରେ ଜାରି ରହିଛି ଅସହ୍ୟ ଖରା ତାତି । ଡହଡହ ଖରା ସାଙ୍ଗକୁ ଅସମ୍ଭାଳ ଗରମରେ କଲବଲ ହେଉଛନ୍ତି ଲୋକେ । ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାଜ୍ୟର ପ୍ରାୟ ୧୧ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୋନପୁର ସର୍ବଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ସର୍ବାଧିକ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗୀରରେ ମଧ୍ୟ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିଲା ।