ଭୁବନେଶ୍ୱର ( ଏଟିଆର ବ୍ୟୁରେ): ଆଜି ଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ପାଣପାଗ ବିଭାଗ ସୂଚନା ଦେଇଛି । ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଥିବାରୁ ପାଗ ଏମିତି ରହିବ ବୋଲି ଆକଳନ କରାଯାଇଛି । ଆଜି ରାଜ୍ୟରେ ଘଡଘଡି ସହିତ କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଇଛି । ଜଗତସିଂଂପୁର, ଖୋର୍ଦ୍ଧା, ପୁରୀ , ଯାଜପୁର, ଭଦ୍ରକ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ମାରିବ ।
ଦିନ ୧୨ ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ମୌସୁମୀ ଦିନକୁ ଦିନ ଘଞ୍ଚି ଘୁଞ୍ଚି ଯାଉଛି । ପ୍ରଥମେ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ କରାଯାଇଥିବା ବେଳେ ଏହା ଏବେ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବା ଆକଳନ କରାଯାଉଛି । ତେବେ ଆସନ୍ତା ୧୦ ତାରିଖରେ କେରଳ ଛୁଇଁପାରେ ।
ସେହି ଅନୁପାତକୁ ଯଦି ହିସାବ କରାଯିବ ତୃତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରାଯାଉଛି । ତେବେ ଏବେ ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ଘଡଘଡି ବର୍ଷା ସହିତ ପବନ ବହିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ତିନିି ଦିନ ଯାଏଁ ପାଗ କୋହଲା ରହିବା ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି ।