ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଦୁର୍ବଳ ହୋଇଛି ମୌସୁମୀ । ରାଜ୍ୟରେ ସ୍ୱଭାବିକଠାରୁ ୩ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର ।
ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷୀଣ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୫ ତାରିଖ ସୁଦ୍ଧା ଦକ୍ଷୀଣ ଓ ଉତ୍ତର ଓଡିଶାର ୯ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।