ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ସାରା ଦେଶ ଏବେ ଗରମରେ ବେହାଲ ହୋଇ ପଡିଛି । ଯୁଆଡେ ଦେଖିବ ସିଆଡେ ଟାଣ ଖରା । ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ଗରମ ସବୁଠୁ ଅଧିକ ସମୟ ପାଇଁ ଅନୁଭୂତ ହେଉଛି । ଯାହାଫଳରେ କେତେ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଗତକାଲି କେରଲା ଏକ୍ସପ୍ରେସରେ ଅତ୍ୟଧିକ ଗରମ ସହି ନପାରି ୪ ଜଣଙ୍କର ପ୍ରାଣ ହାନୀ ହୋଇଥିଲା । ଉତ୍ତରପୂର୍ବ ଭାରତରେ ଖରା ୪୫ ଡିଗ୍ରୀ ଉପରେ ରହୁଥିବାରୁ ଲୋକମାନେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଉତ୍ତରପ୍ରଦେଶର ଝାନ୍ସି, ରାଜସ୍ଥାନର ଚୁରୁ, ହରିଆଣାର ହିସାର, ପଞ୍ଜାବର ପଟିଆଲା ଏବଂ ମଧ୍ୟପ୍ରଦେଶର ଭୋପାଳରେ ଗତ ତିନି ଦଶକର ସବୁ ରେକର୍ଡକୁ ଅତିକ୍ରମ କରିଛି
। ସେହିଭଳି ସୋମବାର ଇତିହାସର ସବୁଠୁ ଉତପ୍ତ ଦିନ ରହିଥିଲା । ସୋମବାର ଦିନ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରୀ ଅତିକ୍ରମ କରିଯାଇଥିଲା । ଏମିତିକି ସକାଳେ ଦିଲ୍ଲୀରେ ସ୍ୱଳ୍ପ ବର୍ଷା ହୋଇଥିଲେ ମଧ୍ୟ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା । ତେବେ ଏହାକୁ ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି ଗୁଜୁରାଟ ମୁହାଁ ହୋଇଥିବା ବାତ୍ୟା ‘ବାୟୁ’ର ପ୍ରଭାବ ଅନ୍ୟରାଜ୍ୟ ଉପରେ ପଡିବ । ବାୟୁର ପ୍ରଭାବରେ ଏଥର ମୌସୁମୀ ବାୟୁ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ତେବେ ଆଗାମୀ ଦୁଇଦିନ ମଧ୍ୟରେ ଯଦି ତାପମାତ୍ରା ନକମିଲା ଇତିହାସରେ ଥିବା ସବୁଠୁ ଅଧିକ ଗରମ ଦିନ ମାନଙ୍କରେ ୧୦୧୯ର ଅଧିକ ଦିନ ସ୍ଥାନ ପାଇବ ବୋଲି ପାଣିପାଗ ବିଶଷଜ୍ଞ ମତ ରଖିଛନ୍ତି । ସୂଚନା ଅନୁସାରେ ୨୦୧୬ ମସିହାରେ ସବୁଠୁ ଅଧିକ ଉତପ୍ତ ଦିନ ୩୨ ରହିଥିବା ବେଳେ ୧୦୮୮ ରେ ସଂଖ୍ୟା ଥିଲା ୩୩ । ୨୦୧୯ ରେ ସଂଖ୍ୟା ଏବେ ୩୨ ରହିଛି । ଯଦି ଆଗକୁ ଆଉ ଦୁଇଦିନ ଗରମ ଏମିତି ଅଧିକ ରହିବ ଏହା ଇତିହାସରେ ୨୦୧୯ ସବୁଠୁ ଉତପ୍ତ ବର୍ଷରେ ସ୍ଥାନ ପାଇବ ।